ଝାନ୍ସୀ ରାଣୀ ଲକ୍ଷ୍ମୀବାଈ: ବୀରତ୍ୱ ଓ ତ୍ୟାଗର ଅମର କାହାଣୀ

 


ଭାରତୀୟ ଇତିହାସରେ ବୀରତ୍ୱ, ସାହସ ଏବଂ ଦେଶଭକ୍ତିର ଅନ୍ୟ ଏକ ନାମ ହେଉଛି ରାଣୀ ଲକ୍ଷ୍ମୀବାଈ। ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଇଂରେଜ ଶାସନ ବିରୁଦ୍ଧରେ ସେ ଯେଉଁ ସାହସର ସହ ଲଢ଼ିଥିଲେ, ତାହା ଆଜି ବି ପ୍ରତିଟି ଭାରତୀୟଙ୍କୁ ପ୍ରେରଣା ଯୋଗାଏ।

                               


  

ପ୍ରାରମ୍ଭିକ ଜୀବନ:

ଲକ୍ଷ୍ମୀବାଈ ୧୯ ନଭେମ୍ବର ୧୮୨୮ ରେ ବାରାଣସୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିଲାଦିନର ନାମ ଥିଲା 'ମଣିକର୍ଣ୍ଣିକା' ଏବଂ ଶ୍ରଦ୍ଧାରେ ସମସ୍ତେ ତାଙ୍କୁ 'ମନୁ' ବୋଲି ଡାକୁଥିଲେ। ପିଲାଦିନରୁ ହିଁ ସେ ଅସ୍ତ୍ରଶସ୍ତ୍ର ଚାଳନା, ଘୋଡ଼ା ଚଢ଼ିବା ଏବଂ ଯୁଦ୍ଧକଳା ଶିଖିଥିଲେ। ପରବର୍ତ୍ତୀ ସମୟରେ ଝାନ୍ସୀର ମହାରାଜା ଗଙ୍ଗାଧର ରାଓଙ୍କ ସହ ତାଙ୍କର ବିବାହ ହେଲା ଏବଂ ସେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ଭାବରେ ପରିଚିତ ହେଲେ।

ସଂଘର୍ଷର ଆରମ୍ଭ:

ମହାରାଜାଙ୍କ ମୃତ୍ୟୁ ପରେ ବ୍ରିଟିଶ ସରକାର ତାଙ୍କ ଦତ୍ତକ ପୁତ୍ର ଦାମୋଦର ରାଓଙ୍କୁ ଝାନ୍ସୀର ଉତ୍ତରାଧିକାରୀ ଭାବେ ଗ୍ରହଣ କଲେ ନାହିଁ। ଇଂରେଜ ନୀତି 'ଡକ୍ଟ୍ରାଇନ୍ ଅଫ୍ ଲାପ୍ସ' (Lapse Policy) ଅନୁଯାୟୀ ସେମାନେ ଝାନ୍ସୀକୁ ନିଜ ସାମ୍ରାଜ୍ୟରେ ମିଶାଇବାକୁ ଚେଷ୍ଟା କଲେ। ଏହି ସମୟରେ ରାଣୀ ସିଂହଗର୍ଜନ କରି କହିଥିଲେ, "ମୁଁ ମୋ ଝାନ୍ସୀ ଦେବି ନାହିଁ।"

ରଣକ୍ଷେତ୍ରରେ ବୀରତ୍ୱ ଓ ମୃତ୍ୟୁ:

୧୮୫୮ ମସିହାରେ ଇଂରେଜ ସେନା ଝାନ୍ସୀ ଆକ୍ରମଣ କଲା। ରାଣୀ ନିଜ ପିଠିରେ ଛୋଟ ପୁଅକୁ ବାନ୍ଧି, ହାତରେ ଖଣ୍ଡା ଧରି ଘୋଡ଼ା ଚଢ଼ି ଯୁଦ୍ଧ ମୈଦାନକୁ ଓହ୍ଲାଇଥିଲେ। ସେ ବ୍ରିଟିଶ ସେନାକୁ ନାକେଦମ୍ କରିଦେଇଥିଲେ। ଗ୍ୱାଲିୟର ନିକଟରେ ଇଂରେଜ ସେନା ସହ ଲଢ଼ୁ ଲଢ଼ୁ ୧୮ ଜୁନ୍ ୧୮୫୮ରେ ଏହି ବୀରାଙ୍ଗନା ଦେଶ ପାଇଁ ଶହୀଦ ହୋଇଗଲେ। ତାଙ୍କର ଏହି ବଳିଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

Rani Laxmibai, you are the pride of India .

 

Comments

Popular posts from this blog

MODERN INDIAN HISTORY

THE DAIRY OF A YOUNG GIRL,ANNE FRANK,GERMANY (WORLD WAR 2)

Padma a Nagkanya